Categories: ବାଣିଜ୍ୟ

ପାକ୍‌ ବାୟୁସୀମା ଦେଇ ଭାରତ ଆସିଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୬-୬: ପାକିସ୍ତାନ ଏହାର ବାୟୁସୀମାରୁ କଟକଣା ପ୍ରତ୍ୟାହାର କରିନେବା ପରେ ଭାରତୀୟ ଘରୋଇ ବିମାନ ଇଣ୍ଡିଗୋର ପ୍ରଥମ ବିମାନ ସୁରକ୍ଷିତ ଭାବେ ଭାରତରେ ପହଞ୍ଚତ୍ଛି। ପାକିସ୍ତାନ ଅହମ୍ମଦାବାଦ ନିକଟସ୍ଥ ଟେଲେମ ଏଣ୍ଟି ପଏଣ୍ଟକୁ ରବିବାର ସନ୍ଧ୍ୟାରେ ଖୋଲି ଦେଇଥିଲା। ଦୁବାଇରୁ ଦିଲ୍ଲୀ ମଧ୍ୟରେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ଏହି ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚତ୍ବା କ୍ଷଣି ଇଣ୍ଡିଗୋ ଫ୍ଲାଇଟ୍‌ ଅପରେଶନ୍ସ ସେଣ୍ଟରକୁ ତୁରନ୍ତ ଏକ ଫୋନ୍‌ କଲ୍‌ ଆସିଥିଲା। ପାକିସ୍ତାନ ସିଭିଲ ଏଭିଏଶନ ଅଥରିଟି ନିର୍ଦ୍ଦେଶକ ଏହି ଫୋନ୍‌ କରିଥିଲେ। ସେ ଫୋନ୍‌ ରିସିଭ୍‌ କରିଥିବା ଇଣ୍ଡିଗୋର ଡ୍ୟୁଟି ଅଫିସରଙ୍କୁ କହିଥିଲେ ଯେ, ସେ ଇଣ୍ଡିଗୋର ଫ୍ଲାଇଟ୍‌କୁ ମନିଟର କରୁଥିଲେ। ଏହା ସଫଳତାପୂର୍ବକ ଲ୍ୟାଣ୍ଡ କରିଛି। ଆପଣଙ୍କୁ କଥା ଦେଇଥିଲୁ। ଇଦ୍‌ ମୁବାରକ୍‌। ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କବାଦୀଙ୍କ ବିରୋଧରେ ବିମାନ ଆକ୍ରମଣ କରାଯିବା ପରେ ପାକିସ୍ତାନ ବାୟୁସେନା ପକ୍ଷରୁ ଫେବୃୟାରୀ ୨୭ରୁ ନିଜର ବାୟୁସୀମାକୁ ସିଲ୍‌ କରିଦେଇଥିଲା। ଫଳରେ ଭାରତୀୟ ବେସାମରିକ ବିମାନଗୁଡ଼ିକ ପାକିସ୍ତାନର ୧୧ ଏଣ୍ଟ୍ରି ପଏଣ୍ଟ ଦେଇ ଯା’ଆସ କରିପାରୁ ନ ଥିଲେ। ଏହାଦ୍ୱାରା ଭାରତୀୟ ଘରୋଇ ବିମାନଗୁଡ଼ିକ ଗଲ୍‌ଫ ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଉଡ଼ାଣ ଭରିପାରୁ ନ ଥିଲେ।

Share