କରାଚି,୧୧ା୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ରାଜଧାନୀ କ୍ୱେଟାସ୍ଥିତ ଏକ ମସ୍ଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହେବା ସହ ୧୧ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅଛନ୍ତି। ତାଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ ପରେ ସହରର ସମସ୍ତ ହସ୍ପିଟାଲରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ତିନିଦିନ ପୂର୍ବରୁ ଉକ୍ତ ସହରରେ ଅନ୍ୟ ଏକ ବିସ୍ଫୋରଣରେ ୨ ଜଣ ପ୍ରାଣ ହରାଇଥିଲେ।