Categories: ଜାତୀୟ

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ ଆଖିବୁଜା ଗୁଳିମାଡ଼ରେ ବହୁ କ୍ଷୟକ୍ଷତି ହୋଇଥିବା ପୋଲିସ କହିଛି। ଭାରତୀୟ ଯବାନ ଏହାର ପାଲଟା ଜବାବ ଦେଇଛନ୍ତି। ନିହତ ମହିଳାଙ୍କ ନାମ ହମିଦା ଫତିମା ବୋଲି ଜଣାପଡିଛି।

Share