ନୂଆଦିଲ୍ଲୀ,୫।୬: କେନ୍ଦୀୟ ମନ୍ତ୍ରୀ ଓ ଭାଜପା ନେତା ବାବୁଲ ସୁପ୍ରିୟୋ ଟିଏମ୍ସି ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଟିମ୍ସିର ନେତୃତ୍ୱରେ ରାଜନୀତି କରୁଥିବା ଲୋକ ପୁରୁଣା ଯୁଗର ହୋଇଥିବା ବେଳେ ହିଂସାରେ ଲିପ୍ତ ରହିଛନ୍ତି। ସେମାନେ ‘ଜୟ ଶ୍ରୀ ରାମ’ର ରାଜନୀତିକରଣ କରୁଛନ୍ତି ବୋଲି ସୁପ୍ରିୟୋ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ମମତାଙ୍କ ଏକ୍ସପାଏରି ଡେଟ ପାଖେଇ ଆସିଲାଣି ଏବଂ ବହୁ ଶୀଘ୍ର ପଶ୍ଚିମ ବଙ୍ଗ ଲୋକେ ଟିଏମ୍ସିକୁ ସେଠାରୁ ଉଠାଇ ଫୋପାଡି ଦେବେ। ମମତା କୌଣସି ଧର୍ମକୁ ସମ୍ମାନ କରନ୍ତି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।