Categories: ଜାତୀୟ

ପାଖେଇ ଆସୁଛି ସମୟ: ଖୁବ୍‌ଶୀଘ୍ର ମୋଦି ସରକାରଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିବାକୁ ପଡିବ

ନୂଆଦିଲ୍ଲୀ,୪।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରାୟ ୩ ମାସ ହେବ ସୁପ୍ରିମକୋର୍ଟ ରାୟ ଦେଇ ସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା)ର ମୋଦି ସରକାର ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିପାରିଲେ ନାହିଁ। ଏବେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ମୋଦି ସରକାରଙ୍କ ପାଖରେ ଆଉ ମାତ୍ର ୫ ଦିନ ସମୟ ରହିଛି। ଅନୁମାନ କରାଯାଉଛି କି ଚଳିତ ସପ୍ତାହରେ ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରାଯାଇପାରେ। ସରକାରଙ୍କ ଦ୍ୱାରା ଘୋଷଣା କରାଯିବା ଟ୍ରଷ୍ଟ ହିଁ ରାମ ମନ୍ଦିର ନିର୍ମାଣର ରୂପରେଖ ପ୍ରସ୍ତୁତ କରିବ। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା କରି ଦେଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ। ଏହାସହ ମସଜିଦ ନିର୍ମାଣ ଲାଗି ୫ ଏକର ଜମି ମଧ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଥିଲା। ହେଲେ ଏପର୍ଯ୍ୟନ୍ତ ଏହା ମଧ୍ୟରୁ କେଉଁଟା ପୂରଣ କରାଯାଇ ନ ଥିବା ଆଲୋଚନା ହେଉଛି।

Share