ପାଚିକା ଜିତିଲେ ଏକ କୋଟି

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍‌ ୧୧ରେ ଭାଗ ନେଇ ଜଣେ ପାଚିକା ଏକ କୋଟି ଟଙ୍କା ଜିତିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଆଲୋଚନା ହେଉଛି। ମହାରାଷ୍ଟ୍ରର ଅମରାବତିରେ ରହୁଥିବା ବବିତା ଟେଡେ ଗୁରୁବାର ପ୍ରସାରିତ ଏପିସୋଡରେ ଏକ କୋଟି ଟଙ୍କା ଜିତିବା ଦେଖାଯାଇଥିଲା। ଶେଷକୁ ସେ ଏକ୍ସପର୍ଟଙ୍କ ସାହାରାରେ ଏହି ଏକ କୋଟି ଟଙ୍କା ଜିତିବାରେ ସଫଳ ହୋଇଥିଲେ। ହେଲେ ୭ କୋଟି ଟଙ୍କାର ଉତ୍ତରରେ ଫସି ଯାଇଥିଲେ। ବବିତା ଅମରାବତୀର ଏକ ସରକାରୀ ସ୍କୁଲରେ ପାଚିକା ଭାବେ କାମ କରୁଛନ୍ତି।

ପ୍ରାୟ ୪୫୦ ପିଲାଙ୍କ ପାଇଁ ବବିତା ମିଡ୍‌-ଡେ-ମିଲ୍‌ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ମାସିକ ବେତନ ରହିଛି ମାତ୍ର ୧୫ଶହ ଟଙ୍କା। ୨୦୦୩ରୁ ସେ ଏହି କାମ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ଦରମା ବୃଦ୍ଧି ନଥgଥିବାସେ କୁହନ୍ତି। ବବିତାଙ୍କ ସ୍ବାମୀ ମଧ୍ୟ ସେହି ସ୍କୁଲରେ ରାତ୍ର ଜଗୁଆଳ ଭାବେ କାମ କରନ୍ତି ବୋଲି ସେ କହିଛନ୍ତି। ଏବେ ଏହି ଏକ କୋଟି ଟଙ୍କା ତାଙ୍କ ଜୀବନ ବଦଳାଇ ଦେବ ବୋଲି ସେ କହିଛନ୍ତି। ତେବେ ବବିତାଙ୍କ ପାଇଁ ଏକ କୋଟିର ପ୍ରଶ୍ନ ଥିଲା, ମୋଗଲ ଶାସକ ବାହାଦୂର ଶାହ ଜାଫରଙ୍କ ଦରବାରରେ ଥିବା କେଉଁ କବି ଦାସ୍ତାନ-ଏ-ଗଦ୍ଦର ଲେଖିଥିଲେ, ଯେଉଁଥିରେ ସେ ୧୮୫୭ ବିଦ୍ରୋହର ନିଜ ଅନୁଭୁତିକୁ ବଖାଣିଥିଲେ।

Share