Categories: ମେଟ୍ରୋ

‘ପାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଭ୍ରମଣ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): ସ୍ଥାନୀୟ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱମୋହନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୂର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପଣ କରିଛନ୍ତି। ଏହା ସ୍କୁଲ ଏବଂ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ସହ ଉପାଦେୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପୁସ୍ତକଟି ୨୦୧୪ ମସିହାରେ ଅନୁଷ୍ଠିତ ପୁସ୍ତକ ମେଳାରେ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ରୂପେ ପୁରସ୍କୃତ ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ମୋ’ ସ୍କୁଲ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ପୁସ୍ତକକୁ ଉପହାରସ୍ବରୂପ ଦେଇଥିବା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ରଚିତ ଇଂରାଜୀ ପୁସ୍ତକ ‘ଷ୍ଟପ୍‌: ଗ୍ଲୋବାଲ ଓ୍ବାର୍ମିଂ ଫ୍ରମ୍‌ ଇଓର ସ୍କୁଲ’କୁ ମଧ୍ୟ ଲୋକାର୍ପଣ କରିଥିଲେ।

Share