ପାଚେରୀ ନିର୍ମାଣରେ ପେଣ୍ଟାଗନ ପାଣ୍ଠି ବ୍ୟବହାର କରିପାରିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୮ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଲାଗି ପେଣ୍ଟାଗନ ପାଣ୍ଠିରୁ ୨.୫ ବିଲିୟନ ଡଲାର ବ୍ୟୟ କରିପାରିବେ। ଏଥିପାଇଁ ଆମେରିକା ସୁପ୍ରିମକୋର୍ଟ ଅନୁମତି ଦେଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ପେଣ୍ଟାଗନ ପାଇଁ କଂଗ୍ରେସ ମଞ୍ଜୁର କରିଥିବା ଅର୍ଥକୁ ପାଚେରୀ ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ବେଆଇନ ଅନୁପ୍ରବେଶ ରୋକିବା ଲାଗି ରାଷ୍ଟ୍ରପତି ଟ୍ରମ୍ପ୍‌ ଦୀର୍ଘଦିନ ହେଲା ପାଚେରୀ ନିର୍ମାଣ ଉଦ୍ୟମ କରିଆସୁଥିଲେ ହେଁ କଂଗ୍ରେସ ଏଥିପାଇଁ ଅର୍ଥ ମଞ୍ଜୁର କରୁ ନ ଥିବାରୁ ତାହା ଅଟକି ରହିଥିଲା।

Share