ପାଞ୍ଚ ବର୍ଷର ଝିଅକୁ ବଳାତ୍କାର

ବୋରିଗୁମ୍ମା,୭ା୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତର ଏକ ଗାଁରେ ଜଣେ ପାଞ୍ଚବର୍ଷର ଶିଶୁକନ୍ୟା ବଳାତ୍କାରର ଶିକାର ହୋଇଛି। ବୁଧବାର ଉକ୍ତ ଗ୍ରାମର ଡମୁ ମୁଦୁଲି (୨୫) ମାଛ ଧରିବା ବାହାନାରେ ନାବାଳିକାଙ୍କୁ ଡାକିନେଇ ପାଖ ଜଙ୍ଗଲରେ ବଳାତ୍କାର କରିଥିଲେ। ଏହାପରେ ତାଙ୍କୁ ଘରେ ଆଣି ଛାଡ଼ିଦେବା ସହ ଘଟଣା ବିଷୟରେ ବାହାରେ ପ୍ରକାଶ ନ କରିବା ପାଇଁ ପରିବାର ଲୋକଙ୍କୁ ଧମକ ଦେଇଥିଲେ ଡମୁ। କିନ୍ତୁ ପୀଡ଼ିତା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଗୁରୁବାର ତାଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ। ଦଫା ୩୭୬ (ଏବି), ୨୯୪, ୫୦୬ (ବି), ପୋକ୍‌ସୋ ଆଇନ ଅନୁସାରେ କେସ୍‌ ନଂ ୧୬୧ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସଞ୍ଜୟ ମଣ୍ଡଳ ପ୍ରକାଶ କରିଛନ୍ତି। ଏଯାବତ୍‌ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ଧାନ ବିକ୍ରିର ଦୀର୍ଘ ଦିନ ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ

କର୍ଲାମୁଣ୍ଡା:୧୨।୧(ପ୍ରଦୀପ କୁମାର ସାହୁ): ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ନିୟମ ରହିଥିଲେ...

ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ

କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩...

ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ

ପାଟଣାଗଡ଼,୧୨।୧: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଦେଢ଼ ଶହ ଫୁଟ ଉଚ୍ଚ ଏକ ଟେଲିଫୋନ ଟାୱାରରୁ...

ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ

ଛତ୍ରପୁର,୧୨।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ଶିଖରପଲ୍ଲୀଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଆୟୋଜନ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର...

ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ

କରଞ୍ଜିଆ,୧୨।୧: ମୟୂରଭଞ୍ଜ ଜିଲା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟ ୫୩ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ବୋଝେଇ ଭ୍ୟାନ୍‌ ଧକ୍କାରେ...

ଜଳଯୋଗାଣ ବନ୍ଦ, ପିଏଚ୍‌ଡି ଅଫିସ ଘେରାଉ କଲେ ସହରବାସୀ

କେସିଙ୍ଗା,୧୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ତ୍ରିମୂର୍ତ୍ତି ଛକ ନିକଟରେ ଜାତୀୟ ରାଜପଥ ମଧ୍ୟ ଭାଗରେ ମୁଖ୍ୟ ପାଇପ୍‌ ଲାଇନ ଶନିବାରଠାରୁ ଫାଟି ଯିବାରୁ...

ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା

ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ...

ଖୁବ୍‌ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ନିକଟରେ ଖୁବ୍‌ଶୀଘ୍ର ଖୋଲିବ କୃଷି ବଜାର। ଏଥିପାଇଁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ୬୦ ଲକ୍ଷ ଟଙ୍କା ବିନିମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image