ପାଟକନାରେ ହାତୀ ଉପଦ୍ରବ: ବନବିଭାଗ ଗାଡ଼ି ଅଟକାଇଲେ ଗ୍ରାମବାସୀ

ବନ୍ତ,୩୦।୬(ସ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ପାଟକନା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗ୍ରାମର କାର୍ତ୍ତିକ ଘଡେଇଙ୍କ କାନ୍ଥକୁ ହାତୀ ଭାଙ୍ଗିଦେଇଛି । ବାଡିରେ ପନିପରିବା ନଷ୍ଟ କରିବା ସହ ଗୋରୁଖାଦ୍ୟ ଖାଇ ନଷ୍ଟ କରିଛି । ତେବେ ଏ ନେଇ ପରିବାର ଲୋକେ ଭୟଭୀତ ହୋଇ ବନ କର୍ମଚାରୀଙ୍କୁ ଫୋନ କରିଥିଲେ ସୁଦ୍ଧା ସେମାନେ ବିଳମ୍ବରେ ଆସିଥିବା ଅଭିଯୋଗ ହୋଇଛି। ହାତୀ ଘଉଡାଇବା ପାଇଁ ଦାବି କରି ଗ୍ରାମବାସୀ ବନବିଭାଗ ଗାଡ଼ିକୁ ଅଟକ ରଖିଛନ୍ତି।