ପାଟକୁରାରେ ବିଜେଡି ଜିତିବା ନେଇ ତାରାଙ୍କ କଟାକ୍ଷ: କହିଲେ ‘ଭୋଟର ପିଛା ୫ହଜାର ଦେଇଛି ବିଜେଡି’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ପାଟକୁରା ନିର୍ବାଚନରେ ବିଜେଡି ବାଜିମାତ କରିବାକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ପାଟକୁରାରେ ବିଜେଡି ୨୫ରୁ ୩୦ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ନେତାମାନେ ବାହାସ୍ଫୋଟ ମାରୁଥିଲେ। ଏପରିକି ଭୋଟର ପିଛା ୫ହଜାର ଲେଖାଏ ବିଜେଡି ଦେଇଛି। ହେଲେ ପରିମାଣ ସମସ୍ତେ ଜାଣିଲେ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ମୋଟ ୯୬,୦୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଛି ୭୮,୦୯୭ ଖଣ୍ଡ ଭୋଟ। ହେଲେ ଉକ୍ତ ଆସନରେ ଅମାନତ ହରାଇଛି କଂଗ୍ରେସ। ଦଳୀୟ ପ୍ରାର୍ଥୀ ମାତ୍ର ଜୟନ୍ତ କୁମାର ମହାନ୍ତି ୨୧୦୪ ଖଣ୍ଡ ଭୋଟ ପାଇଛନ୍ତି।

Share