ପାଟକୁରା ନିର୍ବାଚନ: ରବିବାର ଧର୍ମେନ୍ଦ୍ର କରିବେ ପ୍ରଚାର, ୧୮ ଜାଗାରେ ରୋଡ ଶୋ’

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ୧୭ରେ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଥିବା ବେଳେ ଭାଜପା ପକ୍ଷରୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପ୍ରଚାର ମଙ୍ଗ ଧରିବେ। ଧର୍ମେନ୍ଦ୍ର ପାଟକୁରାର ବିଭିନ୍ନ ଅଞ୍ଚଳରେ ରୋଡ ଶୋ’ କରି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଲାଗି ପ୍ରଚାର କରିବେ। ସେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୧୮ଟି ସ୍ଥାନରେ ରୋଡ୍‌ ଶୋ’ କରିବେ ବୋଲି ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଉକ୍ତ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟର ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛନ୍ତି। ୩ ଦଳର ମୋଟ ୧୨୦ଜଣ ଷ୍ଟାର କ୍ୟାମ୍ପେନର ପାଟକୁରାରେ ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Share