ପାଟକୁରା ନିର୍ବାଚନ: ୧ଟା ସୁଦ୍ଧା ୪୨% ମତଦାନ

ଭୁବନେଶ୍ୱର, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ଭୋଟ ଗ୍ରହଣ ଜାରି ରହିଛି। ତେବେ ଦିନ ୧ଟା ସୁଦ୍ଧା ୪୨% ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ସକାଳ ୯ଟା ସୁଦ୍ଧା ୧୨% ମତଦାନ ହୋଇଥିବା ବେଳେ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିଲା।
ପ୍ରକାଶ ଯେ, ପାଟକୁରା ଉପରେ ସାରା ଓଡ଼ିଶାର ନଜର ଏବେ କେନ୍ଦ୍ରୀଭୂତ ହୋଇଛି। ମୋଟ ୧୦ ପ୍ରାର୍ଥୀ ଏହି ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେଥିମଧ୍ୟରୁ ୯ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି। ମତାଦାତା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ସାବ୍ୟସ୍ତ କରିପାରିବେ। ପାଟକୁରାରେ ମୋଟ ୨ ଲକ୍ଷ ୪୭ ହଜାର ୭୪୭ ଭୋଟର ମତଦାନ ସାବ୍ୟସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ

ଯାଜପୁର/ଯାଜପୁର ଟାଉନ(ହର୍ଷବର୍ଦ୍ଧନ ବେହେରା/ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି),୨୫ା୧୧: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ...

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି

କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଚରଣ ଜମିରୁ ଚାଷ ଜମିକୁ ଗୃହପାଳିତ ପଶୁ ବା ବାହ୍ୟ...

ମା’ ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୧୧: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ  ଧାର୍ମିକ ଓ ଆଧ୍ୟାତ୍ମିକ...

ଚଳିତ ମାସରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି; ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୨୫।୧୧: ଚଳିତ ମାସରେ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା...

ଭାଜପା ହାତ ଧରିଲେ ୪ ବିଜେଡି ନେତା

ମାଲକାନଗିରି,୨୫।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ,...

ବହୁଚର୍ଚ୍ଚିତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଆଜୀବନ

ଵ୍ରହ୍ମପୁର, ୨୫।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି।...

ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ

ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍‌ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ...

ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ…

ବାଲିଗୁଡା,୨୫।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ସୋମବାର ରାୟ ଶୁଣାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri