Categories: ରାଜ୍ୟ

ପାଟକୁରା ବିକାଶ ମୁଁ ନିଜେ ଦେଖିବି: ନବୀନ

ଡେରାବିଶ/ପାଟକୁରା, (ସ୍ବ.ପ୍ର./ ଡି.ଏନ୍‌.ଏ.) ୧୮ା୭: ଆସନ୍ତା ୨୦ ତାରିଖ ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଗୁରୁବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ ପ୍ରଚାର ହେବାକୁ ଥିବା ବେଳେ ବୁଧବାର ପାଟକୁରା ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇଟେକ୍‌ ବସ୍‌ରେ ବିଭିନ୍ନ ପଞ୍ଚାୟତରେ ରୋଡ୍‌ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ସେ ପ୍ରଚାର କରିଛନ୍ତି। ପ୍ରଚାର ବେଳେ କେତେକ ସ୍ଥାନରେ ବସ୍‌ ଅଟକିବା ପରେ ମୁଖ୍ୟମନ୍ତ୍ରୀ ବସ୍‌ ଉପରକୁ ଉଠି ହାତ ହଲାଇବା ସହ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ। ସେ ତାଙ୍କ ସଂକ୍ଷିପ୍ତ ଭାଷଣରେ କହିଥିଲେ, ପାଟକୁରା ଅଞ୍ଚଳର ସାମୂହିକ ବିକାଶ ଦାୟିତ୍ୱ ଏବେ ମୁଁ ନିଜେ ଦେଖିବି। ତେଣୁ ବିକାଶ ତ୍ୱରାନ୍ବିତ କରିବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷିମନ୍ତ୍ରୀ ଅରୁଣ ସାହୁ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ଅମର ଶତପଥୀ, ପ୍ରତାପ କେଶରୀ ଦେବ, ଧ୍ରୁବ ସାହୁ, ଶଶିଭୂଷଣ ବେହେରା, ପ୍ରଣବ ବଳବନ୍ତରାୟ, ସଞ୍ଜୀବ ମଲିକ, ଲତିକା ପ୍ରଧାନ, ରାଜକିଶୋର ଦାସଙ୍କ ସମେତ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ଅନୁଭବ ପଟ୍ଟନାୟକ ଓ ଆକାଶ ଦାସ ନାୟକ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ସାମିଲ ହୋଇଥିବା ଦେଖାଯାଇଥିଲା।

Share