ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ

ଦେଓଗାଁ, ୭ା୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବର ଉଦ୍‌ଘାଟନ ସନ୍ଧ୍ୟାରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବିଭିନ୍ନତା ଭିତରେ ଏକତା ହେଉଛି ଆମର ମୂଳଲକ୍ଷ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ବ୍ଲକ ଅଧ୍ୟକ୍ଷା ରୀନା ମେହେର, ଜିଲା ପରିଷଦ ସଭ୍ୟ ସୁଶୀଲ କୁମାର ଚାନ୍ଦ, ଜିଲା ଯୋଗାଣ ଅଧିକାରୀ ଅଭିରାମ ପଧାନ, ଡିଆରସିଏସ ପ୍ରଶାନ୍ତ କୁମାର ମହାନ୍ତି, କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଙ୍କାନିଧି ରାଏଗୁରୁ, ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ, ସୁନ୍ଦରମଣି ଦଣ୍ଡସେନା, କରୁଣାକର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ା ଏହି ଅବସରରେ ଭାଲେର ଧନୁଯାତ୍ରା କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା ା କମିଟି ଉପସଭାପତି ଉମା ଶଙ୍କର ସିଂ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ କୈଳାସ କର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ରବିନ୍ଦ୍ର କୁମାର ସାହୁ ଓ ସାଥିଙ୍କ ଦ୍ୱାରା ରାବଣ ଦରବାର ଅନୁଷ୍ଠିତ ହୋଇଥଲା ା ମଧୁସୂଦନ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଲାଙ୍ଗୀରର ଢ଼ୋଲ ମହୂରୀ କଳା ପରିଷଦ, ଜରାସିଂହା ନେତ୍ରଭାନୁ ହାଇସ୍କୁଲ ଛାତ୍ରୀଙ୍କ ଦ୍ୱାରା ଦଶାବତାର, ମୟୁରଭଞ୍ଜର ଛଉ ଓ କୁମ୍ଭାରୀ ଡକାନ କଳାପରିଷଦ କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷ କରିଥିଲେ। ଏଥିପୂର୍ବରୁ ପୂର୍ବାହ୍ନ ୯ଟାରେ ପାଟଖଣ୍ଡା ଦେବତାଙ୍କ ଅବିର୍ଭାବସ୍ଥଳୀ ଦେଝାରରୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ସାଲେପାଲି, ବଡଡୁଙ୍ଗୁରୀପାଲି, କୁଲିଆବାହାଲ, ବରକାନୀ ଦେଇ ମହୋତ୍ସବସ୍ଥଳରେ ପହଞ୍ଚତ୍ଥିଲା ା ଉକ୍ତ ମଶାଲକୁ କମିଟି କର୍ମକର୍ତ୍ତା ସ୍ବାଗତ କରିବା ପରେ ମଞ୍ଚପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା