ପାଟଣାଗଡ଼ ଶିଶୁମନ୍ଦିରରେ ଯୋଗ ଦିବସ

ପାଟଣାଗଡ଼,(ଡି.ଏନ୍‌.ଏ.): ପାଟଣାଗଡ ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ପ୍ରଦୀପ ସିଂ ବାବୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୯୦୦ ଜଣ ଛାତ୍ରୀ ଛାତ୍ର ଏକତ୍ର ହୋଇ ଯୋଗାଭ୍ୟାସ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଓଁକାର ନାଥ ମେହେର ଏବଂ ଭଜନାନନ୍ଦ ସେଠୀଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାନ୍ତସ୍ତରୀୟ କାର୍ଯ୍ୟକର୍ତ୍ତା ଚକ୍ରଧର ପାଣିଗ୍ରାହୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।