ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ

ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। କୁଆପଥର ବର୍ଷା ଯୋଗୁ ଆମ୍ବ ଗଛରୁ ବଉଳସବୁ ଝଡ଼ିପଡ଼ିବା ସହ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଛି।