ପାଟଣାରେ ମୁସଲିମ ଭଉଣୀଭାଇଙ୍କ ଇଦ୍‌ ପର୍ବ ପାଳିତ

ପାଟଣା,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ବୁଧବାର ସଂଖ୍ୟାଲଘୁ ମୁସଲିମ ଭଉଣୀଭାଇଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି ପର୍ବର ରମଜାନ ମାସର ଅନ୍ତିମ ଦିନରେ ମଙ୍ଗଳବାର ସାରେ ଇଦ୍‌ର ଜହ୍ନ ଦେଖିବା ପରେ ବୁଧବାର ଇଦ୍‌ ପର୍ବ ପାଳିତ ହୋଇଛି । ବୁଧବାର ସକାଳ ୭ଟା୩୦ ସମୟରେ ପାଟଣା ବଜାରରେ ଥିବା ମସ୍‌ଜିଦରେ ପାଟଣା ଅଞ୍ଚଳର ସମସ୍ତ ମୁସଲମାନ ଭଉଣୀଭାଇମାନଙ୍କୁ ମୌଲାନା ଆଝାର ନମାଜ ପାଠ କରାଇଥିଲେ । ଏହି ଅବସରରେ ପରସ୍ପରଙ୍କୁ ଇଦ୍‌ ମୁବାରକ୍‌ ଜଣାଇଥିଲେ । ଏହି ପର୍ବ ଡବ୍ଲ୍ୟୁ. ଆନ୍‌ସାରୀ, ପିଣ୍ଟୁ ଆଲାମ, ଜାମିଲ ଆଲାମ, ହାରୁନ ଆନ୍‌ସାରୀ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ହୋଇଥିଲା।