ପାଟଣା ବ୍ଲକରେ ୯୪୦ ଆଇସୋଲେଶନ ବେଡ଼

ପାଟଣା,୫।୪(ସ୍ୱ.ପ୍ର.): ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ଟି ପଞ୍ଚାୟତ ଅଧୀନ ୨୦ଟି ବିଦ୍ୟାଳୟରେ ମୋଟ ୮୪୦ଟି ଆଇସୋଲେଶନ ବେଡ଼ ପ୍ରସ୍ତୁତ ହୋଇ ରହିଥିବା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରି ଏହାର ମୁକାବିଲା ପାଇଁ ଆହୁରି ୧ଶହ ଆଇସୋଲେଶନ ବେଡ଼ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଏହା ସହିତ ଏହି ବ୍ଲକରେ ମୋଟ ୯୬୮ଜଣ ଅସହାୟ ଲୋକଙ୍କୁ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ରନ୍ଧାଖାଦ୍ୟ ବିତରଣ କରାଯାଉଥିବା ବିଡ଼ିଓ ସୂଚନା ଦେଇଛନ୍ତି।