Advertisement

ପାଟଣା ବ୍ଲକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଲେ ଟାଙ୍ଗରପଡ଼ା  ଗ୍ରାମ ଗୋପାଳ ସାହିର ଶୈଳେନ୍ଦ୍ର ବାରିକଙ୍କ ପୁଅ ମଣିରତ୍ନ ବାରିକ। ତାଙ୍କୁ ଗୁରୁବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହାଇଦ୍ରାବାଦରେ କାମ କରୁଥିବା ସମୟରେ ସେଠାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିଲା। ଚିହ୍ନଟ ପରେ ହାଇଦ୍ରାବାଦରୁ ଆସି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଥାଉ କି, ଟାଙ୍ଗରପଡା ପଞ୍ଚାୟତ ରେ ୩ବର୍ଷ ତଳେ ଜଣେ ବ୍ୟକ୍ତିଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share