ପାଟଣା ବ୍ଲକର ୧୧ କେନ୍ଦ୍ରରେ କପିକରି ଧରାପଡ଼ିଲେ ୧୦ ଛାତ୍ରୀଛାତ୍ର

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୧୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଶୁକ୍ରବାର ଦୁଇଟି କେନ୍ଦ୍ରରେ ୧୦ ଛାତ୍ରୀଛାତ୍ର କପିକରି ଧରା ପଡ଼ିଛନ୍ତି। ଏ ନେଇ ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସାଧାରଣ ବିଜ୍ଞାନ ପରୀକ୍ଷାରେ ପାଟଣା ମୁଖ୍ୟାଳୟସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ଓ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟରେ ୯ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ (ଏମ୍‌ପି) ହୋଇଛନ୍ତି। ଏହି ୧୦ ପରୀକ୍ଷାର୍ଥୀ ଡିପିସିଙ୍କ ନେତୃତ୍ୱରେ ଗଠିତ ସ୍କ୍ବାଡ୍‌ ହାତରେ ଧରାପଡ଼ିଥିଲେ।