Categories: ଜାତୀୟ

ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି

ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାନ୍ଧୀ ମଇଦାନ ନିକଟରେ ଥିବା ସାଲିମପୁର ଅହରାଠାରେ ଏହା ଘଟିଛି। ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ୨ଟି ଘରର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବା ପୋଲିସ କହିଛି। ତେବେ କିଭଳି ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଜାରି ରହଥିବା ସବ୍‌ ଇନସ୍ପେକ୍ଟର ଶ୍ୟାମ ନାରାୟଣ ସିଂ ସୂଚନା ଦେଇଛନ୍ତି।

Share