ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା। ଏଭଳି ସ୍ଥିତିରେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ ଚିନ୍ତା ପ୍ରକଟ କରି ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ପାଟନାବାସୀଙ୍କ ପାଇଁ ସମବେଦନା ଜଣାଇଛନ୍ତି। କିଛିଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସୁୁପର୍‌ ୩୦’ରେ ହ୍ରିତିକ୍‌ ଜଣେ ବିହାରୀ ଶିକ୍ଷାବିତ୍‌ ଭୂମିକାରେ ନଜରକୁ ଆସିଥିଲେ। ଫିଲ୍ମ ଶୁଟିଂ ଓ ପ୍ରମୋଶନ ପାଇଁ ସେ ଅନେକ ଥର ବିହାର ଯିବାଆସିବା କରିଥିଲେ। ଏହା ଭିତରେ ହ୍ରିତିକ୍‌ ବିହାର ଓ ସେଠାକାର ଲୋକଙ୍କୁ ଅତି ନିଜର ଭାବନ୍ତି ବୋଲି ଅନେକ ଥର କହିଛନ୍ତି। ଏପଟେ ବୁଧବାର ଅକ୍ଟୋବର ୨ରେ ହ୍ରିତିକ୍‌ଙ୍କ ଫିଲ୍ମ ‘ଓ୍ବାର୍‌’ ମଧ୍ୟ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ହ୍ରିତିକ୍‌ ଓ ଟାଇଗରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି।

Share