ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି ସେଠାରେ ଉପସ୍ଥିତ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ,ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସବିଶେଷ ଆଲୋଚନା କରିଥିଲେ। ପାଟପୁର ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବଢ଼ି ଚାଲିଥିବା ଅଭିଯୋଗ ମିଳିବା ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ମଦ ଧରପଗଡ଼କୁ ଜୋର୍‌ଦାର କରିବା ସହ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ଚଳାଚଳ କରୁଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଚେକିଂ ଆଳରେ ପୋଲିସ କର୍ମଚାରୀମାନେ ଅଟକାଇ ଅଯଥା ହଇରାଣ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ସେହିପରି ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share