ପାଟପୁର ସିଣ୍ଡିକେଟ୍‌ ବ୍ୟାଙ୍କରେ ନିଆଁ

ପାଟପୁର,୨୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପାଟପୁର ଶାଖା ସିଣ୍ଡିକେଟ ବ୍ୟାଙ୍କରେ ଶୁକ୍ରବାର ଅପରାହ୍ନରେ ଶର୍ଟସର୍କିଟରୁ ନିଅଁା ଲାଗିଛି। ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ଛୁଟି ଥିଲା, ଅପରାହ୍ନ ପ୍ରାୟ ୫ଟାରେ ବ୍ୟାଙ୍କରୁ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଓ ବ୍ୟାଙ୍କ କର୍ମଚାରୀକୁ ଜଣାଇଥିଲେ। ଖବର ପାଇ ବ୍ୟାଙ୍କ କର୍ମଚାରୀ ଓ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଅଁାକୁ ଆୟତ କରିଥିଲେ। ବିଦ୍ୟୁତ ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର, ଟେବୁଲ, ଚେୟାର, ଫ୍ୟାନ ଓ କାଗଜ ପତ୍ର ପୋଡି ନଷ୍ଟ ହୋଇଯାଇଛି।