ପାଟ୍ରୋଲିଂ ବେଳେ ପୋଲିସ ବୋଲେରୋକୁ ଧକ୍କା ଦେଲା ଡମ୍ପର: ଡ୍ରାଇଭର ଆହତ, ଅଳ୍ପକେ ବର୍ତ୍ତିଲେ ୪ ସୁରକ୍ଷା କର୍ମୀ

ଯୋଡ଼ା,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବନେଇକଳା ଖଣି ଉପନିର୍ଦ୍ଦେଶାଳୟ ନିକଟ ତଥା ୫୨୦ ନଂ. ରାଜପଥରେ ପାଟ୍ରୋଲିଂ କରୁଥିବା ବୋଲେରୋକୁ ଏକ ଡମ୍ପର ଧକ୍କା ଦେଇଛି। ଏଥିରେ ବୋଲେରୋ ଡ୍ରାଇଭର ଆହତ ହେବା ସହିତ ୪ ଜଣ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ା
ପୋଲିସ ସୂଚନାନୁଯାୟୀ, ବୋଲେରୋ (ଓଡି ୧୭ ୫୬୮୯) ଗୁରୁବାର ବିଳମ୍ବତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ସମ୍ମୁଖରୁ ଡମ୍ପର (ଓଆର୦୯ ଜେ ୫୯୦୧) ଧକ୍କା ଦେବା ଫଳରେ ବୋଲେରୋ ଭାଙ୍ଗିଯିବା ସହ ଡ୍ରାଇଭର ଅଜୟ କୁମାର ସିଂ ଆହତ ହୋଇଛନ୍ତି । ପାଟ୍ରୋଲିଂ କରୁଥିବା ୪ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ା ଡମ୍ପର ଡ୍ରାଇଭର ମଦ୍ୟପାନକରି ବେପରୁଆ ଗାଡି ଚାଳନା କରିଥିବାରୁ ଏହି ଦୁର୍ଘଟଣା ଘଟିଥିବା ଯୋଡା ଥାନା ସବ୍‌ଇନ୍ସପେକ୍ଟର ବିଶ୍ୱଜିତ ବେହେରା କହିଛନ୍ତିା ଡମ୍ପରକୁ ପୋଲିସ ଜବତ କରିବା ସହ ଡ୍ରାଇଭର ଖାଗେ ଚାତାରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।