ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା ସହ ପାଠ ପଢ଼ିବାରେ ଆଗ୍ରହ ପ୍ରକାଶ କରିବେ। କୌଣସି ଶିଶୁ ଯେମିତି ଏହି ସୁବିଧାରୁ ବଞ୍ଚିତ ନ ହୁହନ୍ତି ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ଗୋଟିଏ ବା ଦୁଇଟି ଲେଖାଏ ଅଙ୍ଗନବାଡ଼ି କେନ୍ଦ୍ର ଓ ଉପକେନ୍ଦ୍ର ଖୋଲାଯାଇଛି ମାତ୍ର ସଦର ବ୍ଲକ ବରଦାପାଳ ପଞ୍ଚାୟତ ଡିଗୁଳୁସାହିରେ ରହୁଥିବା ଶିଶୁ ସରକାରଙ୍କ ଏହି ସୁବିଧାରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସାହିରେ ପ୍ରାୟ ୨୦ଟି ଆଦିବାସୀ ପରିବାର ରହୁଛନ୍ତି। ସାହିଠାରୁ ପ୍ରାୟ ୪କିମି ଦୂର ଖୁଣ୍ଟାପଡ଼ା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଥିବାରୁ ୩୦ରୁ ଊଦ୍ଧର୍‌ବ ଶିଶୁ ସେଠାକୁ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। କେବଳ ଡିଗୁଳୁସାହି ନୁହେଁ ଆହୁରି ଅନେକ ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛିା ଏହି ସାହିର ଜନସଂଖ୍ୟା ଦେଢ଼ଶହରୁ ଅଧିକ। ସେମାନଙ୍କ ମଧ୍ୟରେ ପ୍ରାୟ ୩୦ଜଣ ଶିଶୁ ଅଛନ୍ତିା ଏହି ଶିଶୁମାନେ ଅଙ୍ଗନବାଡ଼ି ଯାଉନାହାନ୍ତି। ସାହିରୁ ୪କିମି ଦୂରରେ ଥିବାରୁ ଅଭିଭାବକମାନେ ସେମାନଙ୍କ ଶିଶୁଙ୍କୁ ଅଙ୍ଗନବାଡ଼ି ଛାଡୁ ନ ଥିବା କହିଛନ୍ତି। ସାହିର ପ୍ରାୟ ସମସ୍ତ ପରିବାରର ଆର୍ଥିକ ଅବସ୍ଥା ଖରାପ ା ଫଳରେ ଅଧିକାଂଶ ଶିଶୁ ଭଲରେ ଖାଇବାକୁ ମୁଠେ ପାଉନାହାନ୍ତିା ଏଣୁ ଏହି ସାହିରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେଲେ ଶିଶୁମାନେ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।