ପାଠପଢ଼ା ଆଗ୍ରହକୁ ସକ୍ରିୟ କରେ ବ୍ୟାୟାମ

ଆଜିକାଲି ନିଜକୁ ଫିଟ୍‌ ଏବଂ ସୁସ୍ଥ ରଖିବା ପାଇଁ ଅନେକ ବ୍ୟାୟାମକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରୁଛନ୍ତି। ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ କଲେ ତାହାର କେତେ ସୁଫଳ ମିଳେ ତାହା ଅନୁଭବୀ ହିଁ ଜାଣେ। ଏବେ ତ ଅନେକ ଯୁବପିଢ଼ି ତଥା ପାଠପଢ଼ା ସହ ସଂପୃକ୍ତ ପିଲା ମଧ୍ୟ ବ୍ୟାୟାମ କରୁଛନ୍ତି। ଏହାଦ୍ୱାରା ପାଠ ପଢ଼ିବା ପ୍ରତି ସେମାନଙ୍କର ଆଗ୍ରହ ବଢ଼ିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏହାର ପରିସରଭୁକ୍ତ ପିଲାମାନଙ୍କ ମଧ୍ୟରୁ ଯେଉଁମାନେ ନିୟମିତ ବ୍ୟାୟାମ କରୁଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କର ପାଠପଢ଼ା ପ୍ରତି ଆଗ୍ରହ ବଢ଼ୁଥିବାର ଲକ୍ଷ୍ୟ କରାଯାଇଥିଲା ବୋଲି ଟୋକିଓ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।