ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ

ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରୁ ସି.ଆଇ. ସିବାସୁବ୍ରମଣ୍ୟନ୍‌ ନାମକ ଏହି ବୃଦ୍ଧ ଜଣକ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଦୀକ୍ଷାନ୍ତ ସମାରୋହରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ୯୦ ବର୍ଷର ଯୁବକ ବୋଲି କହିଛନ୍ତି। ୧୯୪୦ଠାରୁ ପାରିବାରିକ ଜଞ୍ଜାଳ ମଧ୍ୟରେ ପାଠପଢ଼ାଠାରୁ ଦୂରେଇ ଯାଇଥିବା ସିବାସୁବ୍ରମଣ୍ୟନ୍‌ ପ୍ରକାଶ କରିଛନ୍ତି। ତେବେ ୮୭ ବର୍ଷରେ ପାଠ ପଢ଼ିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଇଗ୍ନୋରେ ନାମ ଲେଖାଇଥିଲେ। ଏବେ ସେ ଏମ୍‌ ଫିଲ୍‌ କରିବା ଲାଗି ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।

Share