ପାଠ୍‌ ପଢ଼ାରୁ ବଁଚିତ୍‌ ନିରିହ ଆଦିବାସୀ ଛାତ୍ରୀ:ଗାଁକେ ଯାଇ ଟି.ସି. ଦେଲେ ପ୍ରଧାନ ଶିକ୍ଷକ

କଣ୍ଟାମାଳ, ୭ା୮(ଡି.ଏନ୍‌.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଇଁଳାଚୁଅଁା ଆଦର୍ଶ ବିଦ୍ୟାଲୟର ଅଶୋଭନୀୟ ନୀତିର ଶିକାର ହେଇଛନ୍‌ ଝନେ ନିରିହ ଆଦିବାସୀ ଛାତ୍ରୀ। ବିଦ୍ୟାଲୟରୁ ୧୨ କି.ମି. ଗଁାକେ ଯାଇ ପ୍ରଧାନଶିକ୍ଷକ ଛାତ୍ରୀକଁର ବାପାକେ ଟି.ସି ଦେଇଛନ୍‌। ଏନ୍‌ତାଥି ଛାତ୍ରୀ ଝନ୍‌କର ପାଠ୍‌ପଢ଼ାରେ ଗଁଠି ପଡ଼ିଛେ।
ସୂଚନା ଅନ୍‌ସାରେ କଣ୍ଟାମାଳ ବ୍ଲକ ବଡ଼ ଝାରମୁଣ୍ଡା ଗଁାର ଉପେନ୍ଦ୍ର ନାଏକ। ପରିବାର କହେଲେ ମାଏକିନା, ୪ ଝି’ ଆର ଗୁଟେ ପୁଓକେ ନେଇ ତାକର ସଁସାର। ପରିବାରଟା ଆଦିବାସୀ ସମାଜର ହେଇଥିଲାବେଲେ ଦୁଖ୍‌ସୁଖ କରି ଚଲୁଛନ୍‌। ଉପେନ୍ଦ୍ର ଦୁଖ୍‌ସୁଖ କରି ଉପରର ଦୁଇ ଝି’କେ ବିହା କଲେନ। ସବୁଥିରୁ ସାନ ହେଉଛନ୍‌ ରଶ୍ମିତା। ସେ ଥାନୀୟ ସ୍କୁଲରେ ୭ମ ଶ୍ରେଣୀ ପଢ଼ଲାବେଲେ ଅଇଁଳାଚୁଅଁା ଆଦର୍ଶ ବିଦ୍ୟାଲୟରେ ଭରତି ହେବାର ଲାଗି ପ୍ରବେଶିକା ପରୀକ୍ଷା ଦେଇ ପାସ କରିଥିଲେ। ଏନ୍‌ତାଥି ବାପା ଝି’ର ଉଚ ଶିକ୍ଷାର ଲାଗି ଶପନ ଦେଖିଥିଲେ। ହେଲେ ଗଲା ୩୧ ତାରିଖ ଉପେନ୍ଦ୍ର ଖେତେ କାମ୍‌ କରୁଥିଲାବେଲେ ହଠାତ୍‌ ଆଦର୍ଶ ବିଦ୍ୟାଲୟର ପ୍ରଧାନଶିକ୍ଷକ ଆଉର ଝନେ ଶିକ୍ଷକ ସଂଗେ ବଡ଼ ଝାରମୁଣ୍ଡା ଗଁାରେ ପୁହୁଁଚିଥିଲେ। ଝି’ର ହାତେ ବାପାକେ ଡକେଇ ପଠାଲେ। ଉପେନ୍ଦ୍ରକୁଁ ସେମାନେ ଝି’ ପଢ଼ି ନାଇଁଯିବାର କାରନ୍‌ ପଚରାଲେ। ଉତରରେ ଉପେନ୍ଦ୍ର ଝି’ ରଶ୍ମିତାର ଦିହିପା ଖରାପ ଥିଲା ଆର ଦିନେ ଦୁଇଦିନ୍‌ ଭିତରେ ପଢ଼ିଯିବା ବଲି କହିଥିଲେ। ହେଲେ ସେମାନେ ଗଁା ଖୁଲିରେ ନ ଉପେନ୍ଦ୍ରନୁ ଦସ୍ତଖତ ନେଇ ରଶ୍ମିତାର ଟି.ସି. ଧରେଇ ଦେଲେ। ସ୍କୁଲକେ ପଢ଼ି ନାଇଁଯିବାର ଲାଗି ତାର ନଁା କଟି ଯାଇଛେ। ଝି’ ଯେନ୍‌ଠାନେ ପଢ଼ବା ଅସ୍‌ବିଧା ହେଲେ ବୌଦ୍ଧ ଡିଇଓ ଅଫିସକେ ଯିବ ବଲି କହିଦେଇଗଲେ। ଏନ୍‌ତାଥି ଉପେନ୍ଦ୍ର ଉପେ ଶୂଇନ୍‌, ଆସେ ପାସେ ହାଇସ୍କୁଲ ବି ନଁାଇଁନ। ସପ୍ତମ ଶ୍ରେଣୀରୁ ରଶ୍ମିତା ଇଂଲିଶରେ ପଢ଼ି ଆସୁଛେ। ଏହେଦେ ଫେନ୍‌ ଓଡ଼ିଆରେ କେନ୍‌ଥେଇ ପଢ଼ବା ରଶ୍ମିତା ବି ଚିନ୍‌ତାରେ ପଡ଼ିଛେ। ଶିକ୍ଷା ବିଭାଗର ନିୟମ ହିସାବେ, ଛାତ୍ରୀଛାତ୍ର ବହୁତ୍‌ ଦିନ୍‌ ଧରି ସ୍କୁଲ ନାଇଁଗଲେ ଶିକ୍ଷକ ଅଭିଭାବକକୁଁ ଜନାବାର ନିୟମ ରହିଛେ। ହେଲେ ଇ ବାବ୍‌ଦେ ଉପେନ୍ଦ୍ରକୁଁ ଆଦର୍ଶ ବିଦ୍ୟାଲୟର ପ୍ରଧାନଶିକ୍ଷକ ଆଗ୍‌ତୁରା କିଛି ନାଇଁ ଜନେଇଥିବାର ସେ କହିଛନ୍‌। ଆଦର୍ଶ ବିଦ୍ୟାଲୟରେ ଭିନେ ଭିନେ କାରନ୍‌ରୁ ଚଲତି ଶିକ୍ଷା ବଛରରେ ୩୭ ଝନ୍‌ ଛାତ୍ରୀଛାତ୍ର ଟି.ସି. ନେଇ ସାରିଛନ୍‌। ହେଲେ କେନ୍‌ କାରନ୍‌ରୁ ଆର ପରିସ୍ଥିତିରେ ଇମାନେ ଟି.ସି. ନେଇଛନ୍‌, ସେମାନେ କେନ୍‌ ସ୍କୁଲରେ ପଢ଼ୁଛନ୍‌ କି ନାଇଁ ସେଟା ତଦଁତ୍‌ କରବାର ନିହାତି ଜରୁରି ଆଏ। ଇଆଡ଼େ ସ୍କୁଲରେ ଖାଲିପଡ଼ିଥିବାର ଜାଗାରେ ନୂତନ ଛାତ୍ରୀଛାତ୍ରକୁଁ ଭରତି କରାଯାଇଛେ। ସେମାନେ କେନ୍‌ ଆଧାରରେ ନଁା ଲେଖେଇଛନ୍‌ ଇ ବାବ୍‌ଦେ ବି ଖୋଲତାଡ଼ ହେବାର ନିହାତି ଜରୁରି ଆଏ ବଲି ବୁଧିଜୀବୀ ବହଲରେ ଦାବି ହେଉଛେ। ଇ ବାବ୍‌ଦେ ଆଦର୍ଶ ବିଦ୍ୟାଲୟର ପ୍ରଧାନଶିକ୍ଷକ ଶ୍ୟାମଲାଲ ଭୋଇକୁଁ ପଚରାଲାରୁ ବହୁତ୍‌ ଦିନ୍‌ ଧରି ସ୍କୁଲ ନାଇଁଗଲେ ଆମେ ଡାକ୍‌ରେ ବି ଟି.ସି. ପଠେଇ ଦେଉଛୁଁ ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri