ପାଣିତଳେ ବିଶ୍ୱର ପ୍ରଥମ ସେନା ମ୍ୟୁଜିୟମ: ମାଛଙ୍କ ସହ ଦେଖିବାକୁ ମିଳିବ ସେନା ଉପକରଣ

ଅମନ,୨୫।୭: ଜୋର୍ଡାନର ଅକାବାରେ ବିଶ୍ୱର ପ୍ରଥମ ସେନା ମ୍ୟୁଜିୟମ ଖୋଲାଯାଇଛି। ୧୯ଟି ମିଲିଟାରୀ ହାଡଓ୍ବୟାର ଅବଶେଷକୁ ନେଇ ଏହି ମ୍ୟୁଜିୟମ ତିଆରି କରାଯାଇଛି। ଗତ ବୁଧବାର ଏହାକୁ ପ୍ରଥମ କରି ଖୋଲାଯାଇଛି। ଏହା ରେଡ ସିର ୮ ଫୁଟ ଗଭୀରତାରେ ନିର୍ମାଣ କରାଯାଇଛି। ଏଥିରେ ସେନାର ଟ୍ୟାଙ୍କ, ଆମ୍ବୁଲାନ୍ସ, ହେଲିକପ୍ଟର, ଯୁଦ୍ଧ ବିମାନ, କ୍ରେନ୍‌ ଓ ଆଣ୍ଟି ଏୟାରକ୍ରାପ୍ଟ ସମେତ ୧୯ ପ୍ରକାରର ଉପକାରଣ ରଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ମାତ୍ର ୭ ଦିନ ମଧ୍ୟରେ ନିର୍ମାଣ କରାଯାଇଛି। ଏଠାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରଦର୍ଶନି ଲାଗିବାର ଯୋଜନା କରାଯାଇଛି। ଏହାସହ ଦର୍ଶକେ ସମୁଦ୍ର ଜୀବଙ୍କ ସହ ସେନା ମ୍ୟୁଜିୟମର ସୁନ୍ଦରତାକୁ ଦେଖିପାରିବେ। ଏଥିରେ ଯେମିତି ସମୁଦ୍ର ଜୀବଙ୍କର କୌଣସି କ୍ଷତି ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି।

Share