Categories: ଫୁରସତ

‘ପାଣିପାଗ ବିଭାଗ’ ନାମରେ ଖ୍ୟାତ ଏହି ବ୍ୟକ୍ତି: ଗରମଦିନେ ଲାଗେ ଶୀତ, ଶୀତଦିନେ ଗରମ

ଗ୍ରୀଷ୍ମଦିନେ ଗରମ ଲାଗିବା ଏବଂ ଶୀତଦିନେ ଶୀତ ଲାଗିବା ସ୍ବାଭାବିକ ପ୍ରକ୍ରିୟା। ଯଦି ଏହାର ଓଲଟା କଥା ଅର୍ଥାତ୍‌ ଗ୍ରୀଷ୍ମଦିନେ ଶୀତ ଏବଂ ଶୀତଦିନେ ଗରମ ଲାଗିବା କଥା କୁହାଯାଏ, ତେବେ ଏହା ସମ୍ଭବନୁହେଁ ବୋଲି କହିପାରନ୍ତି। ହେଲେ ଜାନୁୟାରୀ ମାସ ଜାଡ଼ରେ ବରଫ ଉପରେ ଶୋଇଥା’ନ୍ତି ଜଣେ ବ୍ୟକ୍ତି। ଏପରିକି ଗରମଦିନେ ନିଆଁ ପୁଆଁଇଥାନ୍ତି। ଡାକ୍ତର ତାଙ୍କର ଏଭଳି ଅବସ୍ଥା ଦେଖି ଚକିତ ହୋଇଛନ୍ତି।

ହରୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳର ଡେରୋଲି ଅହୀର ଗ୍ରାମରେ ରୁହନ୍ତି ସନ୍ତଲାଲ। ତାଙ୍କୁ ଗରମଦିନେ ଥଣ୍ଡା ଲାଗିଥାଏ। ଏହିଦିନରେ ଲୋକମାନେ ନିଜକୁ ଥଣ୍ଡା ରଖିବା ପାଇଁ ଏସି, କୁଲର ଏବଂ ଫ୍ୟାନ୍‌ ବ୍ୟବହାର କରୁଥିବା ବେଳେ ତାଙ୍କୁ କିନ୍ତୁ ରେଜେଇ ଘୋଡ଼ି ହେବାକୁ ପଡେ। ସେହିଭଳି ଥଣ୍ଡାଦିନରେ ସେ ନିୟମିତ ଆଇସ୍‌କ୍ରିମ୍‌ ଖାଉଥିବା ବେଳେ ବରଫ ଉପରେ ଶୋଇବାକୁ ପସନ୍ଦ କରନ୍ତି। ତାଙ୍କୁ ଦିନକୁ ୩ ଥର ଗାଧୋଇବାକୁ ପଡେ। ଦିନ ୧୦ଟା ପରେ ସେ ନିଆଁ ପୁଅଁାଇଥାନ୍ତି। ପିଲାବେଳୁ ସେ ଏପରି ବୋଲି ଗ୍ରାମବାସୀ କୁହନ୍ତି।
ସନ୍ତଲାଲଙ୍କ ଜୀବନଚର୍ଯ୍ୟା ସାଧାରଣ। ସେ କେବେ ବି ରୋଗରେ ପଡ଼ିନାହାନ୍ତି। ୧୯୭୬ରେ ସେ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ୨୧ ବର୍ଷରେ ବିବାହ କରିଥିଲେ। ଏବେ ତାଙ୍କୁ ‘ପାଣିପାଗ ବିଭାଗ’ ନାମରେ ଲୋକେ ଡାକୁଛନ୍ତି।

Share