Categories: ଅନୁଗୋଳ

ପାଣିରୁ ଯୁବକଙ୍କୁ ଉଦ୍ଧାର କରିଥିବା ଆଗ୍ନିକଙ୍କୁ ପ୍ରଶଂସା

ଆଗ୍ନିକ ପ୍ରକାଶ କୁମାର ବଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି। ପାଲଲହଡ଼ା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଭାବେ କାର୍ଯ୍ୟରତ ପ୍ରକାଶ ନିଜ ଜୀବନକୁ ବିପଦରେ ପକାଇ ଯେପରି ଉଦ୍ଧାର କାର୍ଯ୍ୟ କଲେ ତାହା ସ୍ଥାନୀୟ ଲୋକଙ୍କ ମନକୁ ବେଶ୍‌ ଛୁଇଁଛି। ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁ ଅନ୍ଧାରି ନାଳରେ ହଠାତ୍‌ ବଢି ପାଣି ଆସିଯାଇଥିଲା। ସେହି ସମୟରେ ଶୌଚ ହେବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ଦୋଳଗୋବିନ୍ଦ ଦାସ ଓ ସୁଶାନ୍ତ କୁମାର ନାୟକ ପାଣିରେ ଭାସିଯାଇଥିଲେ। ଖବରପାଇ ପ୍ରକାଶ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ପ୍ରାୟ ୫ ଶହ ମିଟର ପ୍ରଖର ଜଳସ୍ରୋତରେ ଭିତରକୁ ଯାଇ ଦଉଡି ସାହାଯ୍ୟରେ ଦୋଳଗୋବିନ୍ଦଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।