Categories: ଜାତୀୟ

ପାଣିରେ ଚାଲିବ ଟ୍ରାକ୍ଟର

ଲୁଧିଆନା,୨୦।୧: ଆଗାମୀ ଦିନରେ ଡିଜେଲ୍‌ ବଦଳରେ ଟ୍ରାକ୍ଟର ପାଣିରେ ଚାଲିବ। ପଞ୍ଜାବ ଲୁଧିଆନାର ଜିମ୍ପପେକ୍ସ୍‌ ବାୟୋ ଟେକ୍ନୋଲୋଜିର ମିହିର ଜୟ ସିଂ ଏପରି ଏକ କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି କିଟ୍‌କୁ ୩୫ ହର୍ଷ ପାଓ୍ବାରରୁ ୯୦ ହର୍ଷ ପାଓ୍ବାର ଟ୍ରାକ୍ଟରରେ ଲଗାଯାଇପାରିବ। ଏହା ଦ୍ୱାରା ଭବିଷ୍ୟତରେ ଡିଜେଲ ବଦଳରେ ପାଣିରେ ସହଜରେ ଟ୍ରାକ୍ଟର ଚାଲି ପାରିବ ବୋଲି ମିହିର ସୂଚନା ଦେଇଛନ୍ତି। ଏହାଦ୍ୱାରା କୃଷି ଆଉ ଅଧିକ ଟଙ୍କା ଖର୍ଚ୍ଚ ହେବ ନାହିଁ। କମ୍‌ ଟଙ୍କାରେ ଅଧିକ ଲାଭ ମିଳିବା ଦ୍ୱାରା ଚାଷୀ ଉପକୃତ ହୋଇପାରିବେ। ଏହି କିଟ୍‌ ସହାୟତାରେ ଟ୍ରାକ୍ଟର ହାଇଡ୍ରୋଜେନ୍‌ ଇନ୍ଧନରେ ଚାଲିବ।

Share