ଭଣ୍ଡାରିପୋଖରୀ, ୯।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତ ମିଟୁଆଣି ଗ୍ରାମର ଜନୈକ ବୃଦ୍ଧ ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ଶ୍ୟାମସୁନ୍ଦର ବେହୁରିଆ(୮୨)।
ପ୍ରକାଶ ଯେ, ଶ୍ୟାମସୁନ୍ଦର ରବିବାର ରାତିରେ ଶୌଚ ହେବାକୁ ଘର ପାଖ ନାଳକୁ ଯାଇଥିଲେ। ଅସାବଧାନତା ଯୋଗୁ ଗୋଡ଼ ଖସିଯିବାରୁ ସେ ନାଳରେ ପଡ଼ିଯାଇଥିଲେ। ସୋମବାର ସକାଳୁ ପରିବାରଲୋକେ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଶ୍ୟାମସୁନ୍ଦର ମାନସିକ ବିକାରଗସ୍ତ ଥିବା କୁହାଯାଉଛ।