ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଉଦଳା,୨ା୧(ଡି.ଏନ୍‌.ଏ.)- ନୂଆ ବର୍ଷକୁ ସ୍ବାଗତ କରିବା ନିମନ୍ତେ ସମସ୍ତେ ମସଗୁଲ୍‌ ଥିବା ବେଳେ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଆମ୍ବଡିହା ଗ୍ରାମରେ ଏକ ଅଘଟଣ ଘଟିଛି। ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରୁଭା ସିଂଙ୍କ ପୁଅ ସୁଶାନ୍ତ ସିଂ(୨୨)। ପୂର୍ବାହ୍ନ ୧୧ଟା ସମୟରେ ସେ ଗ୍ରାମ ନିକଟରେ ପ୍ରବାହିତ ଦେଓ ନଦୀକୁ ଗାଧୋଇବାକୁ ଯାଇ ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନଦୀ ପଠାରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ା ଖବରପାଇ ଉଦଳା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ା