ରୂପ୍ସା,୨୧।୮(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ବଳବୁଧି ଗ୍ରାମରେ ୧୧ମାସର ଶିଶୁକନ୍ୟା ଚାନ୍ଦିନୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଶିଶୁ ହେଲେ ବିଶ୍ୱନାଥ ବେହେରାଙ୍କ କନ୍ୟା । ଅସାବଧାନତା ବଶତଃ ସେ ଘର ପାଖ ଏକ ପାଣି ଭର୍ତ୍ତି ଜମିରେ ପଡି ବୁଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଣିରୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ବସ୍ତା ଥାନା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୩୧/୧୯) ରୁଜୁ କରି ତଦନ୍ତ କରୁଥିବା କହିଛି।