ପାଣିରେ ବୁଡି ଶିଶୁ ମୃତ

ଖଇରା,୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ଅରୁଣ କୁମାର ଜେନାଙ୍କ ୨ବର୍ଷର ପୁଅ ଦିବ୍ୟାଂଶୁ ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ସୋମବାର ପୂର୍ବାହ୍ନରେ ପିଲାଟି ଖେଳୁଥିବାବେଳେ ବାଡି ପୋଖରୀକୁ ଚାଲିଯାଇଥିଲେ। ସମସ୍ତଙ୍କ ଅଜାଣତରେ ପାଣିରେ ବୁଡି ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ପତ୍ତା ପାଇ ନ ଥିଲେ। ପରେ ତାଙ୍କ ଶବ ପାଣିରେ ଭାସୁଥିବା ଦେଖି ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।