Categories: କଟକ

ପାଣି ଟାଙ୍କିରେ ମୃତଗୋଧି ଭାସିବା ଗୁଜବ: ଜଳଯୋଗାଣ ବନ୍ଦ

କଣ୍ଟାପଡା,୨।୬(ଡି.ଏନ୍‌.ଏ.): କଣ୍ଟାପଡ଼ା ପଞ୍ଚାୟତର ଇଚ୍ଛାପୁରଠାରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ପାଣି ଟାଙ୍କିରେ ଏକ ମୃତଗୋଧି ଭାସୁଥିବା ନେଇ  ଗଁାରେ ପ୍ରଚାରିତ ହୋଇଥିଲା। ଫଳରେ ଲୋକେ ଏହା ଶୁଣି ଭୟରେ କେହି ଟାଙ୍କିରୁ ପାଣି ନେଇ ନ ଥିଲେ। ଖବରରୁ ପ୍ରକାଶ, କେହି ଜଣେ ଦୁର୍ବୃତ୍ତ ଗ୍ରାମ୍ୟ ପାଣି ଟାଙ୍କିରେ ଏକ ମୃତଗୋଧି ଭାସୁଛି ବୋଲି ସକାଳୁ ପ୍ରଚାର କରିଥିଲେ। ଏହି କଥା ଶୁଣି ଗ୍ରାମବାସୀ ଏଠାରୁ ପାଣି ନ ନେବା ସହ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଅଜୟ ସିଂହଙ୍କୁ ଜଣାଇଥିଲେ। ଖବରପାଇ ଅଜୟ ଜଳଯୋଗାଣ ବନ୍ଦ କରିଦେଇଥିଲେ। ଫଳରେ ଏହି ପାଣିଟାଙ୍କି ଉପରେ ନିର୍ଭର କରୁଥିବା ଇଚ୍ଛାପୁର, ବାଇରୋଇ ଓ ଶିଶୁଆ ଗ୍ରାମବାସୀ ପନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଖବର କଣ୍ଟାପଡ଼ା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଣିବା ପରେ ଘଟଣାସ୍ଥଳକୁ ଆସି ୨ ଦିନ ପାଇଁ ଜଳଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟାଙ୍କି ସଫା ହେଲା ପରେ ଜଳଯୋଗାଣ ସ୍ବାଭାବିକ ହେବ ବୋଲି ସେ କହିଛନ୍ତି। ତେବେ ଉକ୍ତ ଟାଙ୍କିରେ କୌଣସି ବାଟ ନ ଥିବାବେଳେ ଗୋଧି ପଶିବା ଘଟଣା ଗୁଜବ କିମ୍ବା ସତ, ତାହା ଟାଙ୍କି ସଫାହେବା ପରେ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।