Categories: ଜାତୀୟ

ପାଣି ପମ୍ପ୍‌ ଚୋରି ସନ୍ଦେହ: ଦଳିତ ଯୁବକଙ୍କୁ ପିଟି ହତ୍ୟା

ଜୟପୁର,୨୩ା୯(ପି.ଟି.): ରାଜସ୍ଥାନର ଝଲଓ୍ବରରେ ଶନିବାର ପାଣି ପମ୍ପ୍‌ ଚୋରି ସନ୍ଦେହରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଘାଟୋଲି ଅଞ୍ଚଳର ପୁରିଲାଲ ତନ୍‌ଓ୍ବରଙ୍କ ଚାଷଜମିରୁ ଶୁକ୍ରବାର ଏକ ପାଣି ପମ୍ପ୍‌ ଚୋରି ହୋଇଯାଇଥିଲା। ମଓ୍ବୋଖେଡ଼ା ଗ୍ରାମର ୪୦ ବର୍ଷୀୟ ଦଳିତ ଧୂଲିଚାନ୍ଦ ମୀନା ସେହି ବାଟ ଦେଇ ଯାଉଥିବାବେଳେ ସେ ପମ୍ପ୍‌ ଚେରି କରିଥିବା ଲୋକେ ସନ୍ଦେହ କରିଥିଲେ। ପୁରିଲାଲ ତନ୍‌ଓ୍ବର(୬୦), ତାଙ୍କ ଦୁଇପୁଅ ଦେବୀ ସିଂ(୨୩) ଓ ମୋହନ(୨୦) ଙ୍କ ସମେତ କେତେଜଣ ଲୋକ ଧୂଲିଚାନ୍ଦଙ୍କୁ ମାଡ଼ ମାରିଥିଲେ। ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share