ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ ଗ୍ରୀଷ୍ମ ପ୍ରକୋପ ଦେଖାଦେଇଛି। ଫୁଲଭଟ୍ଟା ପଞ୍ଚାୟତ ଅଧୀନରେ ଥିବା ବିସୁଭଟ୍ଟା, କାଉଁଝରନ୍‌, ଭଟ୍ଟାପାଣି, ପଡେରକୁଣ୍ଡ, ଡୁଡୁମପଦର, କୁସୁମଗୁଡ଼ା, ପୋଡ଼ାପଦର ଗ୍ରାମର ଲୋକେ କୁନ୍ଦୁରାସ୍ଥିତ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ପଦକ୍ଷେପ ହୋଇନାହିଁ। ପଥୁରିଆ ଅଞ୍ଚଳ ହୋଇଥିବାରୁ ସେଠାକାର ନଳକୂପରୁ ଖରାଦିନ ହେଲେ ପାଣି ବାହାରିବା କଷ୍ଟକର ହୋଇପଡୁଛି। ପ୍ରଶାସନ ପ୍ରତିବର୍ଷ ଟ୍ୟାଙ୍କର ଯୋଗେ ଏ ସବୁ ଅଞ୍ଚଳକୁ ଜଳ ଯୋଗାଉଛି। ଚଳିତ ବର୍ଷ ଖରା ଆରମ୍ଭ ହେବାର ୨ ମାସ ପରେ ବି ପ୍ରଶାସନ ଜଳ ଯୋଗାଣରେ ଉଦାସୀନତା ଦେଖାଉଛି। ବିସୁଭଟ୍ଟା ଗ୍ରାମର ୩ କି.ମି. ରାସ୍ତା ସରକାରୀ ମଞ୍ଜୁରୀ ପାଇଥିବାବେଳେ ପ୍ରଶାସନ କିନ୍ତୁ ୧ ବର୍ଷ ହେବ ନିର୍ମାଣ ଅଧାରେ ରଖିଥିବା ଯୋଗୁ ଜଳ ଯୋଗାଣ ଟ୍ୟାଙ୍କ ପହଞ୍ଚତ୍ ପାରୁନାହିଁ। କୁନ୍ଦୁରା ବ୍ଲକ ସଦରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗ ଅଧୀନରେ ଦୁଇଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ ଥିବାବେଳେ ଜଣେ ଛୁଟିରେ ରହିଛନ୍ତି ା ଗତ ଦିନରେ ନଳକୂପ ଖନନ, ମରାମତି, ପୁନଃ ନିର୍ମାଣ ପ୍ରକ୍ରିୟା ବ୍ଲକ ଅଧୀନରେ ଥିବାବେଳେ ଏହା ଏବେ ପଞ୍ଚାୟତ ଅଧୀନରେ ରହିଛି। ଗ୍ରାମାଞ୍ଚଳରେ ନଳକୂପ ସମସ୍ୟା ହେଲେ ଏଥିପ୍ରତି ପିଇଓମାନେ କର୍ଣ୍ଣପାତ କରୁନାହାନ୍ତି ା ବିଶୁଭଟ୍ଟା ଏକ ବିଚ୍ଛିନ୍ନାଞ୍ଚଳ ଭଳି ଥିବାବେଳେ ଏଠାରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ବର୍ଷ ବର୍ଷ ଧରି ପଡ଼ୁନାହିଁ ା ବିଶୁଭଟ୍ଟା ଅଞ୍ଚଳରେ ପଥୁରିଆ ଜମିକୁ ଖୋଳିବା ସମ୍ଭବ ହୋଇପାରୁ ନ ଥିବା ଯୋଗୁଁ ଝରଣା ଉପରେ ଭରସା କରୁଛନ୍ତି ଏଠାକାର ବାସିନ୍ଦା। ପ୍ରଶାସନିକ ଉଦାସୀନତା ଯୋଗୁ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତରେ ଏଭଳି ପାଣି ସମସ୍ୟା ଲାଗିରହିଛି। ଏବେଠୁ ପ୍ରଶାସନ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ କେହି ରୋକିପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ା,୧୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ। ଆୟର୍ବହିଭୂତ୍ତ ସମ୍ପତ୍ତି...

ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର

କଲ୍ୟାଣିସିଂହପୁର, ୧୭।୯( ଦୀପକ କୁମାର ପରିଡ଼ା ): ମହୁମାଛି ଆକ୍ରମାଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଚାଷ ଜମିରେ...

ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା: ଧରାପଡ଼ିଲେ ହତ୍ୟାକାରୀ ନାବାଳକ

ଟିକିରି,୧୫।୯ (ପ୍ରଫୁଲ୍ଲ କୁମାର ବେହେରା): ଗୁଣି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅଧୀନ ଏକାଡେଲି କରଳ...

ଯାତ୍ରା ଦେଖି ଫେରିବାବେଳେ ଅଟୋଚାଳକଙ୍କୁ ହତ୍ୟା

ଟିକିରି,୧୩ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାର ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି. କରଳ ଗାଁ ନିକଟରେ ଶୁକ୍ରବାର ରାତିରେ ଜଣେ ଅଟୋଚାଳକଙ୍କୁ ହତ୍ୟା କରାଯାଇଛି। ରାତିରେ...

ସିଲେଇ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ

ଜେ କେ ପୁର,୧୩।୯(ରାଜେଶ ବିଶ୍ବାଳ): ରାଜ୍ୟ ରାଜପଥ ନିକଟସ୍ଥ ଜେ କେ ପୁର କମ୍ପାନୀ ରୋଡରେ ଶୁକ୍ରବାର ରେମିନିଟ୍‌ରେ ସାଇ କ୍ଲିନିକ ନିକଟସ୍ଥ ଏକ ଟେଲରିଂ...

ରାୟଗଡ଼ା ରାଜନୀତିରେ ନୂଆ ଟୁଇଷ୍ଟ୍‌, ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଲେ ୧୯ କାଉନସିଲର

ରାୟଗଡ଼ା,୧୨ା୯(ଆଶିଷ ରଞ୍ଜନ ପଣ୍ଡା): ପୂର୍ବତନ ରାଜ୍ୟସଭା ଏମ୍‌ପି ଏନ୍‌ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ବିଜେଡି ଛାଡ଼ିବା ପରେ ବର୍ତ୍ତମାନ ରାୟଗଡ଼ା...

ଝୁଲନ୍ତା ଅବସ୍ଥାରେ ମିଳିଲା ନାଏବ ସରପଞ୍ଚଙ୍କ ମୃତଦେହ, ମାମୁଙ୍କୁ ଫୋନ୍‌ କରି ଭାଣିଜୀ କହିଲା…

ଗୁଣୁପୁର,୧୨ା୯(ପ୍ରଦୀପ ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ନାଏବ ସରପଞ୍ଚ ଜଣକ ହେଲେ ରଞ୍ଜିତା...

ଆପ୍‌ ଡାଉନଲୋଡ୍‌ ପରେ ଆକାଉଣ୍ଟରୁ ୧.୯୨ ଲକ୍ଷ ଗାଏବ

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ଉପରକୋଡ଼ିଙ୍ଗା ଗ୍ରାମର ଜଣେ ମହିଳା ସାଇବର ଠକେଇ ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image