ପାଣି ପାଇଁ ନଳକୂପ ପାଖରେ ଲମ୍ବାଧାଡି

ଟିକ୍ରାପଡା, ୨୧ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଅଧିନ ଦାବଯୁରି ଗ୍ରାମରେ ଉକତ୍ଟ ପାନୀୟ ଜଳ ସମସ୍ୟା ଦେଖା ଦେଇଛି।  ଗାଁରେ ମାତ୍ର ଦୁଇଟି ନଳକୂପ ଥିବା ବେଳେ ଜଳସ୍ତର ହ୍ରାସ ପାଇଥିବାରୁ ସେଥିରୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ବାହାରୁ ନାହିଁ। ଯେତିକି ବି ବାହାରୁଛି ତାହାକୁ ସଂଗ୍ରହ କରିବା ପାଇଁ ମହିଳାମାନେ ନଳକୂପ ପାଖରେ ଗରାମାଠିଆ ଧରି ଲମ୍ବା ଲାଇନ ଲଗାଉଛନ୍ତି। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ଗ୍ରାମର ଚନ୍ଦ୍ରଭାନୁ ପଧାନ, ନାରାୟଣ ଚାଉଳିଆ, ଜିତେନ୍ଦ୍ର ଠେଲା, ପପୁନ ବକୁଲ, ଶଙ୍କର ମେର୍ଲି, ଟୁକୁନ ମିଶ୍ର, ଜଯ ଜାନି, ରୋହିତ ମାଝି, ପ୍ରକାଶ କଲତା, ପାଣ୍ଡବ କର୍ମୀ ପ୍ରମୁଖ ଦାବି ଜଣାଇଛନ୍ତି। ଏ ନେଇ କରମତଲା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ମାଝୀଙ୍କୁ ପଚାରିବାରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।