ଭୁବନେଶ୍ୱର,୨୯।୭: ଭୁବନେଶ୍ବର ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ୱାଟକୋ ପାଣି ପାଇପ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଛି । ଜେସିବି ଖୋଳିବା ସମୟରେ ମଝିରୁ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ଫାଟିଥିଲା । ଫଳରେ ଦୀର୍ଘ ୧ ଘଣ୍ଟା ଧରି ପାଇପ୍ରୁ ଗ୍ୟାସ ଲିକ ହୋଇ ଚାରିଆଡ଼େ ବ୍ୟାପିଥିଲା । ଏନେଇ ଗେଲ ଇଣ୍ଡିଆ ଅଧିକାରୀମାନେ ଏମର୍ଜେନ୍ସୀ ରେସପନ୍ସ ଭେହିକିଲ ଡାକି ପାଇପ ଲାଇନ ମରାମତି କରିବା ସହ ସ୍ଥାନୀୟ ଲୋକେ ମୈତ୍ରୀବିହାର ପୋଲିସକୁ ଖବର ଦେଇଥିଲେ । ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୱାଟକୋର ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଯାହାର ତଦନ୍ତ କରୁଛି ପୋଲିସ ।