Advertisement
Categories: ଫୁରସତ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। ସବୁ ଫୁଲଠାରୁ ନିଆରା ଏହି ଫୁଲ। ଏହାର ବିଶେଷତ୍ତ୍ୱ ହେଉଛି ପାଣି ସଂସ୍ପର୍ଶରେ ଆସିଲେ ଏହି ଫୁଲର ରୂପ ବଦଳିଯାଏ। କୋଶିକା ସଂରଚନା କାରଣରୁ ଫୁଲର ପାଖୁଡ଼ା ଢିଲା ହୋଇଯାଏ। ପାଖୁଡ଼ା ଉପରେ ପାଣି ପଡ଼ିଲେ ଏହି ଫୁଲ ଜଳଛାୟା ପରି ଦେଖାଯାଇଥାଏ। ଏପରି ଫୁଲ ଜାପାନର ପାହାଡ଼ିଆ ଅଞ୍ଚଳରେ ବହୁଳମାତ୍ରାରେ ଦେଖିବାକୁ ମିଳିଥାଏ। ସେଠାକାର ଲୋକେ ଏହାକୁ ସ୍କେଲିଟନ୍‌ ଫ୍ଲାଓ୍ବାର ବି କହିଥାନ୍ତି।

Share