Categories: ଜାତୀୟ

ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦ ପୂର୍ବରୁ ଯେଉଁମାନେ ନିଜ ଘରେ ପାଣି ମିଟର ଲଗାଇଥିବେ ସେମାନେ ଏହି ଯୋଜନାର ଲାଭ ନେଇପାରିବେ। ଏହି ଯୋଜନାରେ ଦିଲ୍ଲୀର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଭିନ୍ନ ଭିନ୍ନ ରିହାତି ମିଳିବ ବୋଲି ଜଣାପଡ଼ିଛି।

Share