Categories: ଜାତୀୟ

ପାଣି ଭର୍ତ୍ତି ନାଳରେ ଖସିପଡ଼ିଲା ବସ୍‌: ଗଁ।ଲୋକେ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ଭୋପାଳ,୩୧।୮: ମଧ୍ୟପ୍ରଦେଶର ରତଲାମ ଜିଲାର ଜ୍ୱାରା ତହସିଲର ରିଙ୍ଗନୋଦ ଥାନା ଅନ୍ତର୍ଗତ ରୋଲା ଗଁ। ନିକଟରେ ଶୁକ୍ରବାର ଏକ ଯାତ୍ରାବହୀ ବସ୍‌ ପାଣି ଭର୍ତ୍ତି ଥିବା ଏକ ନାଳକୁ ଖସି ପଡ଼ିଥିଲା। ନାଳରେ ପାଣିର ଗଭୀରତା ଏତେ ଥିଲା ଯେ ବସ୍‌ଟି ଅଧାରୁ ଅଧା ବୁଡ଼ିଯାଇଥିଲା। ଲୋକମାନେ ବାହାରକୁ ବାହାରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବାହାରି ପାରି ନ ଥିଲେ। ଅନ୍ୟପଟେ ବସ୍‌ଟି ବୁଡ଼ିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଓ ଗଁାଲୋକେ ମିଶି ବସ୍‌ ଝରକା ଦେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ବସ୍‌ ଜ୍ୱାରାରୁ ରିଙ୍ଗନୋଦ ଯାଉଥିବା ବେଳେ ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ରହିଥିବା ଜଣାପଡ଼ିଛି।

Share