ଗୁଆହାଟି,୧୮।୬: ଆଗକୁ ଅଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ଆଖି ଆଗରେ ରଖି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆସାମର ବର୍ଡର ସିକ୍ୟୁରିଟି ଫୋର୍ସ ଡୁବୁରିଠାରେ ଥିବା ବ୍ରହ୍ମପୁତ୍ର ନଦୀ କୂଳରେ ମଙ୍ଗଳବାର ଯୋଗ ଅଭ୍ୟାସ କରିଛନ୍ତି। କେବଳ ସେତିକି ନୁହେଁ ଏମାନେ ପାଣି ଭିତରେ ପଶି ବିଭିନ୍ନ ଯୋଗ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ।