ଅହମ୍ମଦାବାଦ୍,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ଗୁଜରାଟର ନରୋଡ଼ାରେ ଘଟିଛି। ମହିଳା ବିଧାୟକ ବଳରାମ ଥାଓ୍ବାଣୀଙ୍କୁ ପିଇବା ପାଣି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହାଶୁଣି ବଳରାମ ନିୟନ୍ତ୍ରଣ ହରାଇ ମହିଳାଙ୍କୁ ପିଟିବା ଆରମ୍ଭ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ମଧ୍ୟ ମହିଳାଙ୍କୁ ପିଟୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।