Categories: ଜାତୀୟ

ପାଣ୍ଠିର ଅଭାବ: ୯୦ ହଜାର ଯବାନଙ୍କୁ ମିଳିବନି ୨ ମାସ ଦରମା

ନୂଆଦିଲ୍ଲୀ,୨୯।୧: ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ଏବେ ପାଣ୍ଠିର ଅଭାବ ଦେଖାଦେଇଛି। ତେଣୁ ଜାନୁୟାରୀ ଓ ଫେବୃୟାରୀ ୨ ମାସ ଧରି ଏସ୍‌ଏସ୍‌ବି ଯବାନଙ୍କୁ ଦରମା ମିଳିବ ନାହିଁ। ମାର୍ଚ୍ଚ ମାସରେ ସେମାନଙ୍କୁ ଏରିୟର ସହିତ ଦରମା ମିଳିବ ବୋଲି ଏସ୍‌ଏସ୍‌ବି ପକ୍ଷରୁ କୁହାଯାଇଛି। ଏନେଇ ଜାନୁୟାରୀ ୨୩ରେ ଏସ୍‌ଏସ୍‌ବି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ନେପାଳ ସୀମାରେ ୧୭୫୧ କିମି ଏବଂ ଭୁଟାନ ସୀମାରେ ୬୯୯ କିମି ଅଞ୍ଚଳର ସୁରକ୍ଷା ଦାୟିତ୍ୱ ଏସ୍‌ଏସ୍‌ବି ଯବାନ ବହନ କରିଥାନ୍ତି।

Share