Categories: ଜାତୀୟ

ପାଣ୍ଠି ହେର୍‌ଫେର୍‌ ଅଭିଯୋଗ: ଅଷ୍ଟ୍ରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ,୩୦।୧୨: ପାଣ୍ଠି ହେର୍‌ଫେର୍‌ ଅଭିଯୋଗ ଆସିବା ପରେ ଭାରତ ସରକାର ଅଷ୍ଟ୍ରିଆରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରେନୁପାଲଙ୍କୁ ଫେରାଇ ଆଣିଛନ୍ତିି। ରେନୁଙ୍କ କାର୍ଯ୍ୟକାଳ ପୂରଣ ହେବାର ଏକ ମାସ ପୂର୍ବରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ୧୯୮୮ ବ୍ୟାଚ୍‌ ଏହି ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଡିସେମ୍ବର ୩୦ ସୁଦ୍ଧା ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେନୁଙ୍କୁ ଏସମ୍ପର୍କିତ ନିର୍ଦ୍ଦେଶ ୨୦୧୯ ଡିସେମ୍ବର ୯ରେ ପ୍ରଦାନ କରାଯାଇଥିବା କୁହାଯାଉଛି।

Share